ଓଡ଼ିଶାରେ ଭୂମିକମ୍ପ, ଲାଗିଛି ହାଲକା ଝଟକା

ଭୁବନେଶ୍ବର: ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଭୁବନେଶ୍ବର । ୨ରୁ ୩ ସେକେଣ୍ଡ ଯାଏଁ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଥିଲା । ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ଓଡ଼ିଶାର ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ଅନୁଗୁଳ , ସମ୍ବଲପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ଓଡିଶା ବ୍ୟତୀତ ଦିଘା, କୋଲକତା, ଧାନବାଦ , ବିହାରର ଗୟା ଇତ୍ୟାଦି ଅଂଚଳରେ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । ଭୂକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅନ୍ୟପକ୍ଷରେ ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି ।