ନେପାଳରେ ଭୂକମ୍ପ

କାଠମାଣ୍ଡୁ: ପଶ୍ଚିମ ନେପାଳରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଛି। ଏହାର କେନ୍ଦ୍ର ସ୍ଥଳ ପୂର୍ବ ବଝାଂଗ ଜିଲାରେ ରହିଥିଲା। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳର ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ କାଠମାଣ୍ଡୁରୁ ୪୫୦ କିଲୋମିଟର ପଶ୍ଚିମରେ ସ୍ଥିତ ବଝାଂଗ ଜିଲା ପୂର୍ବରେ ସକାଳ ପ୍ରାୟ ୪ଟା ରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର ଝଟକା ପଶ୍ଚିମ ନେପାଳର ବାଝଂଗ ନିକଟରେ ଥିବା ଜିଲାରେ ବି ଅନୁଭୂତ ହୋଇଥିଲା। ଅଧସିକାରୀଙ୍କ ସୂଚନା ଅନୁଯ୍ରୀ, ଏହି ଭୂକମ୍ପରେ କେହି ହତାହତ ହୋଇ ନାହାନ୍ତି। ଅଥବା କୌଣସି ଧନ ସମ୍ପତ୍ତି ନଷ୍ଟ ହୋଇନାହିଁ।

Related Articles

Leave a Reply

Your email address will not be published.

Back to top button