ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୫-୧୬ ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ ପାଳନ କରାଯାଉଛି। ଏହି କ୍ରମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବରର ନ୍ୟୁଲାଇଫ ଓ୍ବେଲନେସ ଟ୍ରଷ୍ଟ, କୌଶିକ୍ ଡ୍ରଗ ଡି-ଆଡିକ୍ସନ ସେଣ୍ଟର ଓ ଗ୍ୟାଲେରିଆ ମଲରେ ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ଅଗଷ୍ଟ ୧୬ ତାରିଖରେ ଏଭିଏ ଡ୍ରଗ ଡି-ଆଡିକ୍ସନ ସେଣ୍ଟର, ଏସପ୍ଲାଣ୍ଡ ମଲ୍ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏସବୁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଲୋକମାନଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ, ନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି। କାର୍ଯ୍ୟକ୍ରମ ଅଧିନରେ ସ୍କୁଲ, ରେଳ ଷ୍ଟେସନ, ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ଓ ଗ୍ରାମାଞ୍ଚଳରେ ନିଶାବିରୋଧୀ ଜନସଚେତନତା ସୃଷ୍ଟି କରାଯାଉଛି। ଏନସିବି, ଭୁବନେଶ୍ବର ବ୍ୟତୀତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ଯେପରିକି ସୀମା ସୁରକ୍ଷା ବଳ (ବିଏସଏଫ), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ), ରେଳ ସୁରକ୍ଷା ବଳ, ସିଜିଏସଟି ଓ କଷ୍ଟମ୍ସ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ଓଡ଼ିଶା ପୁଲିସ ପକ୍ଷରୁ ଏହି ଅଭିଯାନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସବୁ କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାଚାଲାଣକାରୀଙ୍କ ବିରୋଧନରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button