୨୪ରୁ ଗଡିବନି ଘରୋଇ ବସ୍ !

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବସ୍ ବ୍ଲକରୁ ଜିଲ୍ଲା ହେଡ୍କ୍ୱାର୍ଟରକୁ ଆସିବା ନେଇ ବିବାଦ । ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି । ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତବନୀ ଦେଇଛି । ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସୂଚନା ଦେଇ ସେ କହିଛନ୍ତି ଯେ ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ୍ ବନ୍ଦ ରହିବ । କଟକକୁ ବାହାରୁ କୌଣସି ବସ୍କୁ ଆସିବାକୁ ଦିଆଯିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦେବ ଘରୋଇ ବସ୍ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ ହେବ ।



