ମହାନଦୀ ବିବାଦ ନେଇ ଆଲୋଚନା ଜାରି ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବହୁଦିନ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । କହିଛନ୍ତି, ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି । ୧୧ ଥର ଯୁଗ୍ମ ବୈଷୟିକ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହିତ ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ, ଏହି ପ୍ରସଙ୍ଗ ସବୁବେଳେ ରାଜ୍ୟ ପାଇଁ ସ୍ପର୍ଶକାତର ଏବଂ ଜରୁରୀ ରହିଛି ବାେଲି କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button