କୋରାପୁଟକୁ ମାଓମୁକ୍ତ ଜିଲ୍ଲା ଘୋଷଣା କଲେ ଡିଆଇଜି

ଭୁବନେଶ୍ବର ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର ଜଣେ ଭୂତଳ ମହିଳା କ୍ୟାଡର କୋରାପୁଟରେ ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି କନୱର ବିଶାଳ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି । ତାଙ୍କର ନାମ ମମତା ପୋଡିଆମୀ ଏବଂ ବୟସ 26 ବର୍ଷ। ମମତା ପୋଡିଆମୀଙ୍କ ଆତ୍ମ ସମର୍ପଣ ପରେ କୋରାପୁଟକୁ ମାଓ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ଚୂଡ଼ାନ୍ତ ହୋଇଛି ବୋଲି କହିଛନ୍ତି DIG କନୱର ବିଶାଳ ସିଂହ । ଡିଆଇଜି କନୱର ବିଶାଳ ସିଂହଙ୍କ କହିବା ଅନୁଯାୟୀ, ‘ସିପିଆଇ (ମାଓବାଦୀ)ର ଛତିଶଗଡ ଏସିଏମ୍ ରାଙ୍କ୍ ସଦସ୍ୟ ଭାବରେ ଚିହ୍ନଟ ମହିଳା କ୍ୟାଡର ମମତା ପୋଡିଆମୀ ଆନୁଷ୍ଠାନିକ ଭାବରେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଗୁଳିଗୋଳା ସହିତ ଗୋଟିଏ 7.62 ଏମଏମ ଏସଏଲଆର ରାଇଫଲ୍ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେ ଉଗ୍ରବାଦୀ କାର୍ଯ୍ୟକଳାପ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ତାଙ୍କର ବିଶ୍ୱାସ ରହିଛି ବୋଲି କହିଛନ୍ତି ।’



