ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ହାତୀକୁ ନେଇ ପୁଲିସ୍‌ କ୍ରାଇମ୍ ସିନ୍ ରିକ୍ରିଏସନ୍

ଭୁବନେଶ୍ଵର : ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ନେଇ ପୁଲିସ୍‌ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ ଜୋକର ହାପି ହାତୀକୁ ଗଞ୍ଜାମରୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।ତେବେ ଜୋକର ଜଣେ ପେଶାଦାର ଅପରାଧୀ । ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି । ପୂର୍ବରୁ ପୁଲିସକୁ ହାଣି ଜେଲ ଯାଇ ଫେରିଥିଲା । ଆଉ ଏହି ଜେଲ୍‌ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ ।ସେପଟେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କଲା ମହିଳା କଂଗ୍ରେସ । ଏ ସରକାରର ମହିଳା ମାନଙ୍କ ପ୍ରତି ଧ୍ୟାନ ନାହିଁ.ଧଉଳୀ ଭଳି ଶାନ୍ତି ପ୍ରିୟ ଜାଗାରେ ଯୋଉ ଘଟଣା ଘଟିଲା ଲଜ୍ୟାଜନକ । ସେଠାରେ ଥାନା ରହିଛି ପୋଲିସ ଜାଣିପାରିଲାନି କେମିତି. ଏ ସରକାର ମହିଳା ଙ୍କ ପ୍ରତି ଅନ୍ୟୟ ଅତ୍ୟାଚାର କରୁଛନ୍ତି ।ବିଜେପି ସରକାର ଉପରେ ବିଶ୍ୱାସ ଥିଲା ରାଜ୍ୟରେ ମହିଳା ମାନେ ସୁରକ୍ଷୀତ ରହିବେ । ବିଜେପି ସରକାର ଆସିବା ପରେ ଦିନକୁ ଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷା ପାଇଁ ଯଦି ସରକାର ସଚେତନ ନ ହୁଅନ୍ତି ଆଗାମୀ ଦିନରେ ରାଜଭବନ ଘେରାଉ କରିବୁ । ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ । ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖିବାକୁ ମହିଳା କଂଗ୍ରେସ ଦାବି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button