ବିହାରର ଏନ୍‌ଡିଏର ବିପୁଳ ବିଜୟ ପରେ ଓଡ଼ିଶା ଫେରିଲେ ଧର୍ମେନ୍ଦ୍ର ପ୍ରଧାନ, ବିମାନବନ୍ଦର କରାଗଲା ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର:ବିହାର ନିର୍ବାଚନରେ ବିଜେପିର ମଙ୍ଗ ଧରିଥିବା ବିଜୟୀ କରାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ଏବଂ ଶହ ଶହ କର୍ମକର୍ତ୍ତା ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ବିହାର ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି । ବିହାରରେ ଲଗାତାର ୨୦ବର୍ଷ ଶାସନ ପରେ ବି ପୁଣି ଥରେ ଏନଡିଏ ବିଜୟୀ ହୋଇଛି । ଏହି ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି ଦେଇଛି । ପୁରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ ଲୋକଙ୍କ ପାଖରେ ଏନଡିଏ ଆସ୍ଥାଭାଜନ ହୋଇପାରିଛି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡାରେ ମଧ୍ୟ ବିଜେପି ବିପୁଳ ଭୋଟରେ ବିଜୟୀ ହୋଇଛଇ । ଏହା ଅଭୂତପୂର୍ବ ବିଜୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିହାର ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Articles

Leave a Reply

Your email address will not be published. Required fields are marked *

Back to top button