ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ, ସରପଞ୍ଚ ହତ୍ୟାକାଣ୍ଡ ଅଭିଯୁକ୍ତ ସହିତ ରହିଛି ଲିଙ୍କ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଧରି ତାଙ୍କ ପିଏ ପ୍ରଶାନ୍ତ ଯୋଶୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ପହଞ୍ଚିଥିଲେ । ସିଏମ ଦେବେନ୍ଦ୍ର ଫଡନାଭିସ ତାଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି । ଆଗକୁ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ପାଖକୁ ପଠାଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ଏହା ପରେ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ଏହା ପରେ ମହାରାଷ୍ଟ୍ରରେ ଏନସିପି ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ବିଡ୍ ଜିଲ୍ଲାର ମସାଜୋଗ ଗାଁର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ପୋଲିସ ଚାର୍ଜସିଟ ଫାଇଲ କରିଥିଲା । ଏହି ହତ୍ୟା ଅଭିଯୋଗରେ ବର୍ତ୍ତମାନ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ସହଯୋଗୀ ବାଲ୍ମିକ କରାଡ ଏବଂ ଅନ୍ୟାନ୍ୟ ଲୋକଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ମହାରାଷ୍ଟ୍ର ସରକାର ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ବିଡ୍ ଜିଲ୍ଲାର ଜଣେ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ କିଛି ଫଟୋ ଭାଇରଲରେ ଦେଖିବାକୁ ମିଳିଥିଲା କି ସରଂପଚଙ୍କୁ ପ୍ରଥମେ ନିବସ୍ତ୍ର କରାଯାଇଥିଲା । ପରେ ପାଇପ୍ ଓ ଅନ୍ୟ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ଉପରେ ପରିସ୍ରା କରିଥିଲେ ଅଭିଯୁକ୍ତ । ହତ୍ୟାକାଣ୍ଡର ଅପରାଧୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ହୋଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ବିରୋଧୀ ଦେବେନ୍ଦ୍ର ସରକାରଙ୍କୁ ଘେରିଥିଲେ । ଫେବୃଆରୀ ୨୨ ତାରିଖରେ ସିଆଇଡି ୧୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ପୋଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା ।