ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ତନ୍ୟପାନର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ସେ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ତନ୍ୟପାନ ଯୋଗୁ ଶିଶୁଟି ମା ହୃଦୟର ଅତି ନିକଟତର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ସ୍ତନ୍ୟପାନ ଦ୍ୱାରା ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ କର୍କଟ ଓ ଡିମ୍ବାଶୟ କର୍କଟ ପରି ଗୁରୁତର ରୋଗକୁ ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ମହିଳା କମିଶନର ବ୍ରେଷ୍ଟ ଫିଡିଙ୍ଗ ସେଣ୍ଟରକୁ ଆଜି ରାଜ୍ୟର ପ୍ରଥମ ସେଣ୍ଟର ଭାବେ ଆରମ୍ଭ କରାଯାଇଛି । ମହିଳା ସମାଜ କଲ୍ୟାଣ ବୋର୍ଡର ବିଭିନ୍ନ କାର୍ଯ୍ୟରେ ଯୋଡିହେବା ପାଇଁ ଲୋକକଲ୍ୟାଣ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଖୁବ୍ଶୀଘ୍ର ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦିରେ ବ୍ରେଷ୍ଟ ଫିଡିଙ୍ଗ ସେଣ୍ଟର ଖୋଲାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିସବୁ ସେଣ୍ଟରରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button