ବିଜେଡିର ହେଲା ବିପୁଳ ବିଜୟ, ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଦେଲେ ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଖଣ୍ଡ ଭୋଟ। ଏ ନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଜୟୀ ପ୍ରାର୍ଥୀ ଦୀପାଳି ଦାସ। ସେ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୀପାଳି କହିଛନ୍ତି ଯେ, ଏହି ବିଜୟ ଝାରସୁଗୁଡାବାସୀଙ୍କର ବିଜୟ। ଆଜି ଝାରସୁଗୁଡାବାସୀ ମୋ ଉପରେ ବିଶ୍ବାସ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ। ମୋ ବାପାଙ୍କ ପ୍ରତି ସେମାନଙ୍କର ଯେପରି ଭଲ ପାଇବାର ଥିଲା ତାହା ଅତୁଟ ରହିଛି। ବାପା ଯେପରି ଝାରସୁଗୁଡାର ସେବା କରୁଥିଲେ ମୁଁ ମଧ୍ୟ ସେପରି କରିବି ବୋଲି ଦୀପାଳି କହିଛନ୍ତି। ଆଜି ବାପା ଥିଲେ ବେଶ ଖୁସି ହୋଇଥାଆନ୍ତେ ବୋଲି ଦୀପାଳି କହିଛନ୍ତି। ସେହିପରି ଦୀପାଳି କହିଛନ୍ତି ଯେ, ଏହି ବିଜୟରେ ମୋର ଦୁଇଟି ବାପାଙ୍କର ଆର୍ଶିବାଦ ରହିଥିଲା। ସେମାନେ ହେଲେ ମୋର ବାପା ନବ ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବାପାଙ୍କ ଅନୁପସ୍ଥିତରେ ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ ଦେଇଥିବାରୁ ମୁଁ ତାଙ୍କୁ ବହୁ ଧନ୍ୟବାଦ ଅର୍ପଣ କରୁଛି। ଆଜି ବିଜୟ ଦିବସ ଝାରସୁଗୁଡାବାସୀଙ୍କ ସହିତ କଟାଇବି। ବର୍ତ୍ତମାନ ସମସ୍ତ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ।

Related Articles

Leave a Reply

Your email address will not be published.

Back to top button