ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ପରେ ମାଟି ଅତଡା ତଳେ ବସ ଫସିରହିବା ଘଟଣା । ବଡ଼ ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟପୁ ହୋଇଥିବା ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାମରେ ଲାଗି ପଡିଛନ୍ତି । ମୃତ୍ୟୁର ଆଁ ଭିତରୁ ଜୀବନ ବଞ୍ଚାଇବାକୁ ଜୋରଦାର ଉଦ୍ୟମ ଚାଲିଛି ।ସୂଚନା ଅନୁସାରେ- ଭୂସ୍କଳନରେ ମାଟି ତଳେ ଦବିଯାଇଛି ବସ୍ । ବସ୍‌ରେ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ବସଟି ଭଲ୍ଲୁ ବ୍ରିଜ ନିକଟରେ ଅତିକ୍ରମ କରୁଥିଲା । ଏହି ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଏହା ଦେଖି ଯାତ୍ରୀମାନେ ଚିତ୍କାର କରିଉଠିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ଏକ ଜେସିବି ଜରିଆରେ ବସ୍ ଉପରୁ ମାଟି ଅତଡ଼ା ବାହାର କରିଥିଲେ। ଏହା ପରେ ଆହତଙ୍କୁ ବସରୁ ବାହାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେପଟେ ଘଟଣାରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣା ଶୁଣି ମର୍ମାହତ ହୋଇଥିବା ବେଳେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ଏବଂ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button