ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୋଲିସକୁ ଆସିଲା ଫୋନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଆଜି ଦିଲ୍ଲୀ ପୋଲିସର ବାହ୍ୟ ଜିଲ୍ଲା ପିସିଆର ଏକ କଲ ପାଇ କହିଛି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦେଶର ଗୃହମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ଏହି ଘଟଣାରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସ କହିଛି ଯେ, ଆଜି ସକାଳେ ଜଣେ ବ୍ୟକ୍ତି ବାହାର ଜିଲ୍ଲା ପୋଲିସକୁ ଫୋନ କରି ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। କିଛି ସମୟ ପରେ ଦ୍ୱିତୀୟ ଫୋନରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ ଯୁବକ ଜଣକ ଚିହ୍ନଟ ହୋଇଛନ୍ତି, ତାଙ୍କ ନାମ ସଞ୍ଜୟ ବର୍ମା ଏବଂ ସେ ଦିଲ୍ଲୀର ମାଦୀପୁର ଅଞ୍ଚଳର ବାସିନ୍ଦା।

Related Articles

Leave a Reply

Your email address will not be published.

Back to top button