ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଭୁବନେଶ୍ବର: ଗତକାଲି ରାତିରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାର ଦେଓଙ୍କ ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇ ଚେନ୍ନାଇର ଏକ ହସପଟିଲାରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି 12 ଟା 55 ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଥିଲେ। ସେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ତାଙ୍କର ଅବସ୍ଥା ଗୁରୁତର ଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ। ଓଡିଶା ରାଜନୀତିର ଜଣେ ପ୍ରମୁଖ ତଥା ବିଶେଷ ବ୍ୟକ୍ତିତ୍ବ ହେଉଛନ୍ତି ଭି ସୁଜ୍ଞାନ କୁମାରୀ ଦେଓ। ସେ 10 ଥର ଗଂଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ବିଧାୟିକା ହୋଇଛନ୍ତି। 1961 ମସିହାରେ ଖଲ୍ଲିକୋଟ ଆସନରୁ ସେ ପ୍ରଥମେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ। ଏହାପରେ ସେ ଗୋଟିଏ ଥର ଛାଡି ଦେଲେ କ୍ରମାଗତ ଭାବେ ଖଲ୍ଲିକୋଟ ଏବଂ କବି ସୂର୍ଯ୍ୟ ନଗରରୁ ଜିତି ଆସିଛନ୍ତି। ସେ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଆସିଛନ୍ତି। ସେ ଖଲ୍ଲିକୋଟରୁ ଆଠ ଥର ଏବଂ କବି ସୂର୍ଯ୍ୟନଗରରୁ ଦୁଇଥର ବିଧାୟକ ହୋଇଛନ୍ତି। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published.

Back to top button