ନେପାଳ ଛାତ୍ରୀ ମୃତ୍ୟୁ ଘଟଣା : ୨୯ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: କିଟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନେଇଥିବା ପ୍ରୋସିଡିଙ୍ଗ ଉପରେ ଓଡିଶା ହାଇକୋର୍ଟଙ୍କ ରହିତାଦେଶ । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନ୍ ଦେଇଥିବା ପ୍ରୋସିଡିଙ୍ଗ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ସାରା ଦେଶରେ ଛାତ୍ରଙ୍କ ଜୀବନ ହାରିବା ବୃଦ୍ଧି ପାଇଥିବା ବେଳେ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ସମ୍ବିଧାନର ୧୪୨ ଧାରାରେ ଏହି ଟାସ୍କଫୋର୍ସ ଗଠିତ ହୋଇଛି । ସୁପ୍ରିମ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଏସ ଭଟ୍ଟ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହି ଜାତୀୟ ସ୍ତରର ଟାସ୍କଫୋର୍ସ କମିଶନ ଭଳି କାର୍ଯ୍ୟ କରିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଏହି ଟାସ୍କଫୋର୍ସ ଗଠନ ହୋଇଥିବା ବେଳେ ଏନଏଚଆରସି ଏଭଳି ପ୍ରୋସିଡିଙ୍ଗ କରିବା ସମୟରେ ସଂଯତ ରହିବାର ଆବଶ୍ୟକ ଥିଲା । ଏହା ହୃଦବୋଧ କରିଛନ୍ତି ଓଡିଶା ହାଇକୋର୍ଟ । ଜାତୀୟ ମାନବିକ ଅଧିକାର ଆୟୋଗ ସମେତ ଅନ୍ୟ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିବା ବେଳେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ସମସ୍ତ ପକ୍ଷ ନିଜ ନିଜର ଜବାବ ଦାଖଲ ପାଇଁ କୁହାଯାଇଛି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button