ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ନିଖୋଜ ହେବାର ୨ ଦିନ ପରେ ପୋଖରୀରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତ ଦେହ | ଆତ୍ମହତ୍ୟା ନା କେହି ତାଙ୍କୁ ମାରି ଫିଙ୍ଗିଦେଇଛି ବୋଲି ରାଜକନିକା ଅଞ୍ଚଳବାସୀଙ୍କ ଦାବି ପରେ ତଦନ୍ତ ଆରମ୍ଭ |

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁସାହି ନୂଆଗାଁର ପ୍ରତାପ ମଲ୍ଲିକ ଝିଅ ଅର୍ଚ୍ଚନା ମଲ୍ଲିକ (ପିଙ୍କି) ମେ’ ୩୦ତାରିଖ ରାତି ଗୋଟାଏ ରୁ କୁଆଡେ ନିଖୋଜ ହୋଇଯାଇଥିଲେ | ତାଙ୍କୁ ଅନେକ ଖୋଜାଖୋଜି କରିବା ପରେ ପରିବାର ଲୋକେ ରାଜକନିକା ପୋଲିସ ଷ୍ଟେସନରେ ନିଖୋଜ ବୋଲି ଜଣେଇଥିଲେ | ଗତକାଲି ସକାଳ ପ୍ରାୟ ୭ ସମୟରେ ଘରଠାରୁ କିଛି ଦୂରରେ ଥିବା ପୋଖରୀ ମଧ୍ୟରେ ପିଙ୍କି ଭାସୁଥିବାର ଦେଖିବାକୁ ମିଳିଛି | ପୋଲିସ କୁ ଖବର ଦେଲାପରେ ଘଟଣା ସ୍ଥଳରେ ରାଜକନିକା ଥାନାର ନୂତନ ଆଇଆଇସି ଉମାକାନ୍ତ ନାୟକ ତୁରନ୍ତ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସଂଧ୍ୟାରାଣୀ ବେହୁରିଆଙ୍କୁ ଜଣାଇଥିଲେ | ସମସ୍ତ କର୍ମଚାରୀ ସଦଳବଳେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ପଠାଇଛନ୍ତି | ମୃତ ଅର୍ଚ୍ଚନା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯାଇଛି ବୋଲି ରାଜକନିକା ଅଞ୍ଚଳବାସୀ ଦାବି କରିବା ପରେ କେନ୍ଦ୍ରାପଡା ଜିଲ୍ଲା ପୋଲିସ୍ ପ୍ରଶାସନ ଓ ରାଜକନିକା ପୋଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି |

Related Articles

Leave a Reply

Your email address will not be published.

Back to top button