ଦମଦାର ବଡି, ଚମତ୍କାର ଅଭିନୟ, କିନ୍ତୁ ବାସ୍ତବରେ ଗୋଟିଏ ଆଖିରେ ଦେଖନ୍ତି ‘ଭଲାଲ୍ ଦେବ୍‌’

ମୁମ୍ବାଇ : ‘ବାହୁବଳୀ’ ଫେମ ଭଲାଲ୍ ଦେବ୍‌ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କୁ କିଏ ବା ନଜାଣେ | ତାଙ୍କ ଅଭିନୟରେ ଏତେ ବାସ୍ତବତା ଥାଏ ଯାହା ପାଇଁ ଫ୍ୟାନ୍ସମାନେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ କରନ୍ତି | କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ସାନଦାର ଶରୀର ଥିବା ଏହି ଅଭିନେତାଙ୍କ ଗୋଟେ ଆଖିକୁ ଦିଶେ ନାହିଁ ବୋଲି | ୨୦୧୬ ରେ ଏକ ସାକ୍ଷାତକାରରେ କହିଥିଲେ ଯେ, ”ମୁଁ ଡାହାଣ ଆଖିରେ ଦେଖି ପାରେ ନାହିଁ | କେବଳ ମୋ ବାମ ଆଖିରେ ଦେଖିପାରୁଛି | ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପିଲାଦିନେ ସେ ମୋତେ ତାଙ୍କ ଆଖି ଦାନ କରିଥିଲେ | କିନ୍ତୁ ଏଥିରେ ଆଲୋକ ଆସିଲା ନାହିଁ | ଯଦି ମୁଁ ମୋର ବାମ ଆଖି ବନ୍ଦ କରେ, ତାହେଲେ ମୁଁ କିଛି ବି ଦେଖିପାରେ ନାହିଁ |”

ରାଣା ଡଗ୍ଗୁବତୀ ତାଙ୍କ ପୁରା କାହାଣୀ କହିଥିଲେ, ‘ମୁଁ ଯେତେବେଳେ ଛୋଟ ଥିଲି, ହାଇଦ୍ରାବାଦର ଏଲ.ଭି ପ୍ରସାଦ ମୋର ଅପରେସନ୍ କରିଥିଲେ | ସେ କହିଲେ, ଭଲ ପାଠ ପଢା , ସମସ୍ତେ ତୁମର ସାଥ ଦେବେ | ମନୋବଳ ଦୃଢ କର ,ନିଜର ଆଉ ଅନ୍ୟମାନଙ୍କର ବି ଯତ୍ନ ନିଅ |’

ସେ ଆଉ ଏକ କଥା ବି କହିଛନ୍ତି, ମୁଁ ଆପଣଙ୍କୁ କହିବି ଗତ ବର୍ଷ ମିହିକା ବଜାଜଙ୍କ ସହ ମୋର ନିର୍ବନ୍ଧ ହେଇଥିଲା | କିଛି ମାସ ପୂର୍ବେ ରାଣା ନିଜ ଇନଷ୍ଟାଗ୍ରାମରେ ମିହିକାଙ୍କ ସହ ଏକ ଫଟୋ ସେୟାର କରି ଲୋକଙ୍କୁ ବିବାହ ବିଷୟରେ ଜଣାଇଥିଲେ | ଆଜି ସେ ବହୁତ ଶକ୍ତିଶାଳୀ କିନ୍ତୁ କିଛି ଦିନ ପୂର୍ବରୁ, ମୋ ହାର୍ଟରେ କାଲସିଫିକେସନ୍ ହେତୁ କିଡନୀରେ ଏକ ସମସ୍ୟା ଦେଖାଦେଇଥିଲା | ଯାହାକି, ୭୦ ପ୍ରତିଶତ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥିଲା ଆଉ ସେତେବେଳେ ମୃତ୍ୟୁର ଭୟ ମଧ୍ୟ ଥିଲା |ଏସବୁ କଥା ସେ ଅଭିନେତ୍ରୀ ସାମନ୍ତ ଆକ୍କିନେନିଙ୍କ ସହ ଚାଟ୍ ରେ ରାଣା ଜଣାଇଥିଲେ | ଏହା ଶୁଣିବା ପରେ ସାମନ୍ତ ଆକ୍କିନେନି କହିଛନ୍ତି ଯେ, ”ସେ ରାଣାଙ୍କୁ ଏହି ଅବସ୍ଥା ସହ ସଂଘର୍ଷ କରୁଥିବା ଦେଖିଛନ୍ତି | ସେ ଏହା କହିବାବେଳେ ଭାବପ୍ରବଣ ହୋଇଉଠିଥିଲେ |”

Related Articles

Leave a Reply

Your email address will not be published.

Back to top button