୨୮ ଓ ୨୯ ତାରିଖ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର:ରାଜ୍ୟ ଜଳସମ୍ପଦ ବିଭାଗର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ବାତ୍ୟା ମୋନ୍ଥା ଦ୍ଵାରା ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିପାରେ। ଯଦି ବି ବାତ୍ୟା ମୋନ୍ଥା ଦିଗ ପରିବର୍ତ୍ତନ କରେ ତାହେଲେ ବି ସରକାର ପ୍ରସ୍ତୁତ ଅଛନ୍ତି। ଏ ନେଇ ଜଳସମ୍ପଦ, ପଞ୍ଚାୟତିରାଜ, କୃଷି ଓ ଶକ୍ତି ବିଭାଗକୁ ସଜାଗ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ବାତ୍ୟା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲ୍ଲାପାଳମାନେ ଉପସ୍ଥିତ ।ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଲାଗି ସମୁଦ୍ର ଅଶାନ୍ତକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲିଠାରୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି । ପରବର୍ତ୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ମାଛ ମାରିବାକୁ ନଯିବାକୁ ସାଗର ମିତ୍ରମାନେ ସଚେତନ କରିଛନ୍ତି । ଯେଉଁ ମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ଯଥାଶୀଘ୍ର ଫେରି ଆସିବା ସହିତ ନିଜ ନିଜ ଜାଲ, ଡ଼ଙ୍ଗା ଆଦିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button