ସିଏସ୍ଆଇଏଫ୍‌ଏଫ୍‌ରେ ଆନ୍ତର୍ଜାତିକ ପୁରସ୍କାର ପାଇଲା ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ

ଭୁବନେଶ୍ୱର: ନିକଟରେ ପୁଣେରେ ଅନୁଷ୍ଠିତ ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ – ୨୦୨୧ରେ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏକ ହିନ୍ଦୀ ଅଣ-ଫିଚର୍‌ ଫିଲ୍ମ ‘ଦି ଆର୍ଟ ଅଫ୍ ଲାଇଫ୍’ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଏହି ଅବସରରେ ପଣ୍ଡା କହିଛନ୍ତି, ବୋଧହୁଏ ‘ଦି ଆର୍ଟ ଅଫ୍ ଲାଇଫ୍’ ହେଉଛି ସାରା ବିଶ୍ୱରେ ବାଲୁକା କଳା ଉପରେ ଆଧାରିତ ପ୍ରଥମ କଳ୍ପନା । ଏହି ଚଳଚ୍ଚିତ୍ରରେ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟ ପର୍ଯ୍ୟଟନ ଉପରେ ଆଲୋକପାତ କରାଯାଇଛି।

ଏହି ଚଳଚ୍ଚିତ୍ରରେ ପ୍ରଖ୍ୟାତ ଅଭିନେତା ସୁଶାନ୍ତ ମିଶ୍ର , ଜୁବୁଲି ସୁନ୍ଦରାୟ, ଫ୍ରାନ୍ସର ଅଭିନେତ୍ରୀ ଭାୟୋଲେଟ୍ ବ୍ରିଗିଟ୍, ଡ।, ବେଦୁଲା ରାମଲକ୍ଷ୍ମୀ, ନିତୁ ମିଶ୍ର, କଳିଙ୍ଗ ଦାସ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତା ପ୍ରକାଶ କରିଛନ୍ତି ଯେ, “ପ୍ରଫେସର ରାମକାନ୍ତ ମିଶ୍ର ଏହି ଗୀତଗୁଡ଼ିକ ଲେଖିଛନ୍ତି । ଏହି ଚଳଚ୍ଚିତ୍ରର ଇଂରାଜୀ ଗୀତ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ରଚନା କରାଯାଇଛି । ଫିଲ୍ମକୁ ପ୍ରସନ୍ନ ପୃଷ୍ଟି ଏବଂ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button