ରାଜ୍ୟରେ ସାବାଡ ହେବେ ଗୋ-ମାଫିଆ: ଅବୈଧ ଗୋ-ଚାଲାଣ ଲିଙ୍କ୍ରେ ବିଭିନ୍ନ ଜିଲ୍ଲାରେ ରେଡ

ଭୁବନେଶ୍ବର: ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ । ଆକ୍ସନମୋଡରେ ମୋହନ ସରକାର । ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତକାଲି କେନ୍ଦୁଝର ପୋଲିସ ଭଦ୍ରକରେ ଜଣେ ଗୋ ମାଫିଆଙ୍କ ଘରେ ରେଡ କରିଥିବା ବେଳେ ଆଜି କେନ୍ଦୁଝର ପୋଲିସର 47ଟି ଟିମ୍ ରାଜ୍ୟର 5 ଜିଲ୍ଲାରେ ଘନ ଘନ ରେଡ ଜାରି ରଖିଛି । ଅବୈଧ ଗୋ-ଚାଲଣ ଲିଙ୍କରେ କେନ୍ଦୁଝର ପୋଲିସ କେନ୍ଦୁଝର ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରିଛି । ରେଡ ସମୟରେ 1 କୋଟି 40 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ଚଢ଼ାଉରେ 5 ଜଣ ଡେପୁଟି ଏସପି, 25 ଇନ୍ସପେକ୍ଟର, 36 SI ଓ ASI ସମେତ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।



