ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତାମୂଳକ ପରେ ଆରମ୍ଭ ହେଲା ବିବାଦ, ଘେରିଲା ବିଜେପି

ନୂଆଦିଲ୍ଲୀ: ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ଭାଷା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ସରକାରଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛି ବିଜେପି। ବିଜେପି କହିଛି ଯେ, ସିଦ୍ଧରମେୟା ସରକାର ରାଜ୍ୟରେ ମୁସୁଲିମ ପ୍ରୀତି ଦେଖାଇବା ପାଇଁ ଏପରି କରିଛନ୍ତି। ଏହାକୁ ସରକାର ତରୁନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ସାଂସଦ ନଳିନୀ କୁମାର କଟ୍ଟେଲ। ସୂଚନାରୁ ପ୍ରକାଶ ଯେ, କର୍ଣ୍ଣାଟକର ସିଦ୍ଧରମେୟା ସରକାର ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥିଙ୍କୁ ଉର୍ଦ୍ଦୁ ଜାଣିଥିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ମୁଦିଗେରେ ଏବଂ ଚିକକମାଗାଲୁର ଜିଲ୍ଲାର ଅଙ୍ଗନୱାଡି ଶିକ୍ଷକ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଉର୍ଦ୍ଦୁ ଜାଣିବା ଆବଶ୍ୟକ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏହାକୁ ନେଇ ସେଠାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଏହାକୁ ଏକ ଭୟଙ୍କର ରାଜନୈତିକ ଷଢଯନ୍ତ୍ର ବୋଲି ବିଜେପି କହିଛି।

Related Articles

Leave a Reply

Your email address will not be published.

Back to top button