ଜୀବନ ହାରିଲେ କନେଷ୍ଟବଳ, ୧୫ ଦିନ ତଳେ ସରିଥିଲା ନିର୍ବନ୍ଧ

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରିଜର୍ଭ ପୋଲିସ କ୍ୟାମ୍ପସର ଛାତ ଉପରେ ଜଣେ କନେଷ୍ଟବଳ ଜୀବନ ହାରିଛନ୍ତି । ମୃତକ କନେଷ୍ଟବଳ ହେଲେ 27 ବର୍ଷୀୟ ସୁନୀଲ ସେଠୀ । ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଥିବା ପୋଲିସ କହିଛି । ପାରିବାରିକ ଚାପ ଯୋଗୁଁ କନେଷ୍ଟବଳ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ନୟାଗଡ଼ ଏସ୍‌ପି ଏସ୍ ସୁଶ୍ରୀ କହିଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନୟାଗଡ଼ ଟାଉନ ଥାନା ପକ୍ଷରୁ କନେଷ୍ଟବଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହା ସହିତ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନୟାଗଡ଼ ଟାଉନ ଥାନା ପୋଲିସ ଆତ୍ମହତ୍ୟାରେ ବ୍ୟବହୃତ ସର୍ଭିସ ରିଭଲଭର, ଗୁଳି ଓ ମୋବାଇଲକୁ ଜବତ କରିଛି । ସୁନିଲଙ୍କ ଆତ୍ମହତ୍ୟାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାଁନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button