ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଶୁକ୍ରବାର-ଶନିବାର (ଡିସେମ୍ବର ୨୯-୩୦) କଂଗ୍ରେସର ଜାତୀୟ ମେଣ୍ଟ କମିଟି ମାରାଥନ୍ ଆଲୋଚନା କରିଥିଲା। ଏଥିରେ ଦଳ ୧୦ଟି ରାଜ୍ୟର ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତାଙ୍କୁ କହିଛି ଯେ ଦଳ ଏକାକୀ ୨୯୧ଟି ଆସନରେ ଲଢ଼ିବ ଏବଂ ୯ଟି ରାଜ୍ୟରୁ ୮୫ଟି ଆସନ ଇଣ୍ଡି ମେଣ୍ଟରୁ ଦାବି କରାଯିବ। କମିଟି ବୈଠକରେ ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, କେରଳର ନେତାମାନଙ୍କୁ କୁହାଯାଇଛି ଯେ ଲୋକସଭାର ଚିତ୍ରକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମେଣ୍ଟ ଦଳମାନଙ୍କ ସହ ସମନ୍ୱୟ ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି। ଏହା ଅନୁଯାୟୀ ଗତ ନିର୍ବାଚନରେ ଯେଉଁ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ସେଠାରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ୨୦୧୪ ପରେ ହୋଇଥିବା ଦୁଇଟି ସଂସଦୀୟ ଓ ବିଧାନସଭା ନିର୍ବାଚନର ଫଳାଫଳକୁ ଆଧାର କରି ଦଳ ଆସନ ମାଗିବ। ଉତ୍ତର-ପୂର୍ବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ଟି ଆସନ। ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ହରିୟାଣା, ହିମାଚଳ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନର ସମସ୍ତ ଆସନ ଏବଂ ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ୨୨ଟି ଆସନ ରହିଛି।

Related Articles

Leave a Reply

Your email address will not be published.

Back to top button