କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କ ପରଲୋକ

ଭୁବନେଶ୍ବର : ଆରପାରିରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ମୟୂରଭଞ୍ଜର ପୂର୍ବତନ ସାଂସଦ ସୁଶୀଳା ତିରିଆ । ସେ ଅସୁସ୍ଥ ଥିବାରୁ ଭୁବନେଶ୍ବର ଏମସ୍ ଡାକ୍ତରଖାନାର ଆଇସିୟୁ ଭେଣ୍ଟିଲେଟରେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୁଶୀଳା ତିରିଆ ଶ୍ଵାସକ୍ରିୟା ଜନିତ ସମସ୍ୟା ଓ ଫୁସଫୁସ ସଂକ୍ରମଣରେ ସଂକ୍ରମିତ ଥିଲେ । ଡିସେମ୍ବର ୮ ତାରିଖରୁ ସେ ଏମସ୍ରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ୨୨ ଦିନ ଧରି ସେ ଚିକିତ୍ସାଧୀନ ରହିଥିଲେ । ଗତକାଲି ରବିବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସୁଶୀଳା ଜଣେ କଂଗ୍ରେସର ଦୃଢ ସଂଗଠକ ଥିଲେ ଏବଂ ପୂର୍ବତନ CWC ସଦସ୍ୟା ମଧ୍ୟ ଥିଲେ । ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।



