୨୮ରୁ ସିଏସଙ୍କ ସମ୍ମିଳନୀ, ସାମିଲ ହେବେ ପ୍ରଦୀପ କୁମାର ଜେନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୮ ଏବଂ ୨୯ରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀର ମୁଖ୍ୟ ଫୋକସ ଅଛି ‘ଇଜ ଅଫ ଲିଭିଂ’ । ଆଲୋଚନାର ପ୍ରମୁଖ କ୍ଷେତ୍ର ରହିବ ଭୂମି, ବିଜୁଳି, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବିଦ୍ୟାଳୟ ଶିକ୍ଷା । ସାଇବର ସୁରକ୍ଷା, ଆକାଂକ୍ଷୀ ବ୍ଲକ ଓ ଜିଲ୍ଲା କାର୍ୟ୍ୟକ୍ରମ, ଯୋଜନାର ପ୍ରଯୁଜ୍ୟତା ଏବଂ ନୂତନ ଯୁଗ ପ୍ରଯୁକ୍ତି ବିଦ୍ୟା ଉପରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର ଶ୍ରେଷ୍ଠ ଅଭ୍ୟାସ ଗୁଡ଼ିକ ମଧ୍ୟ ଉପସ୍ଥାପିତ ହେବ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଏହି ସମ୍ମିଳନୀରେ ସାମିଲ ହେବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୮ ଏବଂ ୨୯ରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା ହେଉଛି ତୃତୀୟ ସମ୍ମିଳନୀ । ପ୍ରଥମଟି ୨୦୨୨ ଜୁନରେ ଧର୍ମଶାଳା ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ସମବାୟ ସଂଘୀୟତାର ନୀତିକୁ କାର୍ୟ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ ।  ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ।

Related Articles

Leave a Reply

Your email address will not be published.

Back to top button