ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି : ଆଳି ଏସଡିଓ

କେନ୍ଦ୍ରାପଡା : ବିଦ୍ୟୁତ୍ ଆଘାତରେ ମୃତ ପରିବାରକୁ କ୍ଷତିପୂରଣ ପାଇଁ ୪ ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି ଦେବା ପାଇଁ ପ୍ରତିଶୃତି ଦେଲେ ଏସଡିଓ | ସ୍ୱର୍ଗତ ଗଦାଧର ନାୟକଙ୍କର ମୃତ୍ୟୁ ଘଟଣାକୁ ନେଇ ଆଜି ରାଜକନିକା ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ଏକ ବଡ ଧରଣର ବୈଠକ ହୋଇଥିଲା |

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପଞ୍ଚାୟତ ର ଉପୁଳାଇ ଗ୍ରାମ ର ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଗଦାଧର ନାୟକଙ୍କର ମୃତ୍ୟୁ ହୋଇଥିଲା | ଏହି ଘଟଣାକୁ ନେଇ ଆଜି ରାଜକନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ କାର୍ଯ୍ୟାଳୟ ଭିତରେ ଏକ ବୈଠକ ବସିଥିଲା | ବୈଠକରେ ଆଳି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏସଡିଓଙ୍କ ସହ ରାଜକନିକା ଥାନାର ଆଇଆଇସି ଶ୍ରୀ ଯୁକ୍ତ ଉମାକାନ୍ତ ନାୟକ, ବରାଡିଆ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ମଙ୍ଗୁଳି ଚରଣ ବେହେରା, ସମାଜସେବୀ ଦିବ୍ୟାଜ୍ୟୋତି ଜେନା, କ୍ଷୀରୋଦ କୁମାର ବେହେରା, ଜେଇ ଓ ଗ୍ରାମର କିଛି ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା | ବିଦ୍ୟୁତ୍ ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ୪ଲକ୍ଷ ଟଙ୍କା ତୁରନ୍ତ ଯୋଗାଇ ଦିଆଯିବ | ତତସଂଗେ ସଂଗେ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ସରକାରୀ କିମ୍ବା ବେସରକାରୀ ଭାବରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏସଡିଓ ପ୍ରତିଶୃତି ଦେଇଥିଲେ ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି |

ପ୍ରକାଶ ଥାଉ କି ଗତକାଲି ଉପୁଳାଇ ଗ୍ରାମର ଗ୍ରାମବାସୀ ଆନ୍ଦୋଳନ କରିବା ସହ ଉତକ୍ଷିପ୍ତ ହୋଇ କାର୍ଯ୍ୟରତ ଜେଇ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କୁ ଅଟକ ରଖିଥିଲେ | ଖବର ପାଇ ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକ ସମସ୍ତ କର୍ମଚାରୀମାନଙ୍କୁ ନେଇ ପହଞ୍ଚି ଜେଇ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କୁ ଗ୍ରାମବାସୀଙ୍କ ପାଖରୁ ଉଦ୍ଧାର କରିଥିଲେ | ସ୍ଥାୟୀ ସମାଧାନ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ ରାଜକନିକା ଅଞ୍ଚଳବାସୀ | ଆଳି ନିର୍ବାଚନ ମଣ୍ଡଳୀର ଦୁଇଜଣ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ନାଥ ଶର୍ମା ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସମସ୍ତେ ଆନ୍ଦୋଳନରୁ ଓହରିଥିଲେ |

ସୂଚନା ଥାଉକି, ଗତ ମେ’ ୩୦ ରେ ବିଦ୍ୟୁତ ଆଘାତରେ ଏକ ଛେଳିକୁ ବଞ୍ଚାଇବାକୁ ଯାଇ ଗଦାଧର ନାୟକ ମୃତ୍ୟୁର ଶିକାର ହୋଇଥିଲେ |

Related Articles

Leave a Reply

Your email address will not be published.

Back to top button