ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଗଠନ ହେଲା କମିଟି: ମନ୍ତ୍ରୀ

ଭୁବନେଶ୍ୱର: ଓମ୍ସାର ଦାବି ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ । ସଚିବସ୍ତରୀୟ କମିଟି ଗଠନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଡାକ୍ତର ସଙ୍ଘର ଦାବି ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ମୋ ସହ ବୈଠକ ହୋଇସାରିଛି, ସଚିବସ୍ତରୀୟ କମିଟି ଗଠନ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ସ୍ୱାସ୍ଥ୍ୟ ସଚିବ, ଆଇନ ସଚିବ ଓ ଅର୍ଥ ସଚିବ କମିଟିରେ ସଦସ୍ୟ ଅଛନ୍ତି । ଡାକ୍ତର ସଙ୍ଘର ଦାବିକୁ ତର୍ଜମା କରି ରିପୋର୍ଟ ଦେବ କମିଟି । ମୁଁ ମଧ୍ୟ କମିଟି ସହ ଯୋଗାଯୋଗରେ ଅଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତୁ । ଆପଣମାନେ ଦ୍ୱିତୀୟ ଭଗବାନ, ଦାବି ନିଶ୍ଚୟ ପୂରଣ କରିବୁ ।



