କଟକରେ ଜଣ୍ଡିସରେ ୨୦ ଆକ୍ରାନ୍ତ, ପ୍ରଶାସନ ଓ ସ୍ବାସ୍ଥ୍ୟ ଟିମର ସ୍ଥିତି ସମୀକ୍ଷା

ଭୁବନେଶ୍ବର: କଟକକୁ ଫେରିଛି ଜଣ୍ଡିସ । କଟକ ମହାନଗର ନିଗମ ଅନ୍ତର୍ଗତ 10 ନମ୍ବର ୱାର୍ଡ ଏବଂ 12 ନମ୍ବର ୱାର୍ଡ ଅଞ୍ଚଳରେ ଜଣ୍ଡିସ ଚିହ୍ନଟ କରାଯାଇଛି । ସରକାରୀ ସୂଚନାରେ ଅନୁସାରେ ବର୍ତ୍ତମାନ ସୁଦ୍ଧା 20 ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖବର ପାଇ ସିଏମସି ମେୟର, କମିସନର, ସ୍ୱାସ୍ଥ୍ୟ ଅଧିକାରୀ, ଜଳ ସମ୍ପଦ ଅଧିକାରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏହି ଅଞ୍ଚଳରେ ସମୀକ୍ଷା କରିଛନ୍ତି । ଏହି ଦୁଇଟି ୱାର୍ଡରେ ପ୍ରାୟ 5 ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ଯାହାକି ଭୟରେ ବାତାବରଣ ସୃଷ୍ଟି କରିଛି । କମ ବୟସର ପିଲା ମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଦୀର୍ଘ ମାସ ପରେ କଟକରେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦୂଷିତ ପାଣି ପାଇଁ ଏହି ଅଞ୍ଚଳରେ ଜଣ୍ଡିସ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର ଜଣାପଡିବା ପରେ ସିଏମସି ମେୟର ସୁବାସ ସିଂହ, କମିସନର, ସ୍ୱାସ୍ଥ୍ୟ ଅଧିକାରୀ, ଜଳ ସମ୍ପଦ ଅଧିକାରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଆକ୍ରାନ୍ତ ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିବା ସହ ଲୋକ ମାନଙ୍କୁ ସଚେତନ କରାଉଛନ୍ତି ।



