ଏକନାଥ ସିନ୍ଦେଙ୍କ ଉପରେ କମେଡି କରିବା କମେଡିଆନ୍ କୁନାଲ କାମରାଙ୍କୁ ପଡିଲା ମହଙ୍ଗା, ମାମଲା ରୁଜୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରା ବିବାଦରେ ଫସିଛନ୍ତି । କମେଡିଆଡଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ଯେଉଁଥିରେ ସେ ଏକନାଥ ସିନ୍ଦେଙ୍କୁ ନେଇ କମେଡି କରିବାର ନଜର ଆସିଥିଲେ । ଯାହାକୁ ନେଇ ଏବେ ତେଜିଛି ବିବାଦ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପକ୍ଷ ପରିବର୍ତ୍ତନ କରିବା ପାଇଁ ସମାଲୋଚନା କରୁଥିଲେ । ସିନ୍ଦେ ସେନା ବିଧାୟକ ମୁରଜୀ ପଟେଲଙ୍କ ଅଭିଯୋଗ ପରେ ହାସ୍ୟ ଅଭିନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ସୂଚନା ରହିଛି। ସୂଚନା ମୁତାବକ, ଭିଡିଓରେ କୁନାଲ କାମରା କହିଥିଲେ, ପ୍ରଥମେ ବିଜେପିରୁ ଶିବସେନା ଅଲଗା ହୋଇଥିଲା, ପୁଣି ଶିବସେନା ଶିବସେନାରୁ ବାହାର ହୋଇଗଲା, ଏନସିପି ମଧ୍ୟ ଏନସିପି ଠାରୁ ବାହାରିଗଲା, ସେମାନେ ଜଣେ ଭୋଟରକୁ ୯ଟି ବଟନ ଦେଇଦେଲେ, ତେଣୁ ସମସ୍ତେ କନଫ୍ୟୁଜ ହୋଇଗଲେ । ମୁମ୍ବାଇ ଏକ ବହୁତ ବଢିଆ ଜିଲ୍ଲା । ଭାଇରଲ ଭିଡିଓରେ ସେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ଅପମାନଜନକ କଥା କହିଛନ୍ତି ବୋଲି ଦାବି କରାଯିବା ପରେ ଉତ୍ତେଜନା ଦେଖାଦେଇଥିଲା । କମେଡିଆନଙ୍କ ଟିପ୍ପଣୀକୁ ସହଜରେ ଗ୍ରହଣ କରିନଥଲେ ଶିବସେନା କର୍ମକର୍ତ୍ତା । କାର୍ଯ୍ୟକ୍ରମ ଚାଲିଥିବା ଦ ୟୁନିକଣ୍ଟିନେଣ୍ଟାଲ ମୁମ୍ବାଇ ହୋଟେଲକୁ ଆସି ବ୍ୟାପକ ଭଙ୍ଗାରୁଜା ସହ ହଙ୍ଗାମା କରିଥିଲେ । ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରା ଏକ ଗୀତ ଗାଇଛନ୍ତି ଯେଉଁଥିରେ ଦାବି କରାଯାଉଛି ଯେ, କାମରା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ଅପମାନଜନକ କଥା କହିଛନ୍ତି । ଏହା ପରେ ଶିବସେନା ସିନ୍ଦେ ସମର୍ଥକମାନେ କ୍ରୋଧିତ ହୋଇ କାମରାଙ୍କ ମୁମ୍ବାଇ ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ । ଏବେ ଶିବସେନା ଯୁବ ସେନା (ସିନ୍ଦେ ଗୋଷ୍ଠୀ)ର ସାଧାରଣ ସମ୍ପାଦକ ରାହୁଲ କାନାଲ ଏବଂ ଅନ୍ୟ ୪୦ ଜଣଙ୍କ ବିରୁଦ୍ଧରେ ହାବିଟାଟ୍ ଷ୍ଟାଣ୍ଡଅପ୍ କମେଡି ସେଟ୍ ଭଙ୍ଗାରୁଜା କରିବା ଅପରାଧରେ ଏଫଆଇଆର ରୁଜୁ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button