ଆନ୍ଦୋଳନରେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଦରମା ବୃଦ୍ଧି ଦାବିରେ ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବି ଗୁଡିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଥିବା ବେଳେ ୫୦ଟି ୱାର୍ଡରୁ ସକାଳୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି । ମାସିକ ବେତନ ୧୫ହଜାରକୁ ବୃଦ୍ଧି କରିବା ସହ ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ସଫେଇ କର୍ମଚାରୀ ମାନେ ଦାବି କରିଛନ୍ତି । ଠିକା ସଂସ୍ଥାର ମନମୁଖୀ କାର୍ୟ୍ୟକୁ ମଧ୍ୟ ବିରୋଧ କରାଯାଇଛି । ତମାମ ପ୍ରସଙ୍ଗକୁ ନେଇ ଫେବୃଆରୀ ୨୪ରୁ ସଫେଇ କର୍ମୀ ମାନେ ଆନ୍ଦୋଳନ କରୁଥିବା ବେଳେ ୨୯ତାରିଖରେ ମେୟରଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ । ତେବେ ବିଏମସି ଦାବି ନଶୁଣିବା ଫଳରେ ଶେଷରେ ଝାଡ଼ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ସଫେଇ କର୍ମଚାରୀ।

Related Articles

Leave a Reply

Your email address will not be published. Required fields are marked *

Back to top button