ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର : ରାଜ୍ୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମସ୍ତ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁକରାଗଲା। ଏହି ବ୍ୟବସ୍ଥା ସାଧାରଣ ନିର୍ବଚନ ଏବଂ ବିଧାନସଭା ନିର୍ବାଚନ ଶେଷ ହେବା ପର୍ୟ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ସମୟ ମଧ୍ୟରେ କୌଣସି ଜିଲ୍ଲା ସ୍ତରରେ ଜନଶୁଣାଣି ହେବ ନାହିଁ। ସୋମବାର ଜିଲ୍ଲାପାଳ ଏବଂ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରା କରାଯାଉଥିବା ଜନଶୁଣାଣି ନିର୍ବାଚନ ପ୍ରକ୍ରିୟା ଶେଷ ନ ହେବା ପର୍ୟ୍ୟନ୍ତ ହେବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।

Related Articles

Leave a Reply

Your email address will not be published.

Back to top button