ଅମିତ ଶାହଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଉପମୁଖ୍ୟମନ୍ତ୍ରୀ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସ୍ବାଗତ କରିଛନ୍ତି। ସମସ୍ତେ ଫୁଲ ତୋଡା ସହିତ ଉତ୍ତରୀୟ ପିନ୍ଧାଇ ଓଡିଶା ମାଟିକୁ ତାଙ୍କୁ ସ୍ବାଗତ କରିଛନ୍ତି। ଏଥିସହିତ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ବହୁ ସାଂସଦ ଓ ନେତା ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଶାହ ବିମାନ ବନ୍ଦରରୁ ସିଧା କଟକ ମୁଣ୍ଡୁଳି ଗସ୍ତରେ ଯାଇଥିଲେ। ସେଠାରେ ସେ ସିଆଇଏସଏଫ ଦିବସରେ ଯୋଗଦେଇଛନ୍ତି। ଏଥିସହିତ ସେ ପାରାଦ୍ବୀପ ଯାଇ ସେଠାରେ ଇଫକୋ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟକୁ ଉଦଘାଟନ କରିବେ। ଅପରାହ୍‌ଣରେ ଜଟଣୀରେ ଜାତୀୟ ଫରେନ୍‌ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍‌ଏଫ୍‌ଏସ୍‌ୟୁ) ଓ କେନ୍ଦ୍ରୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍‌ଏସ୍‌ଏଲ୍‌)ର ଶିଳାନ୍ୟାସ କରିବେ। ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ କରି ଦିଲ୍ଲୀ ଫେରିଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button