ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଆଗକୁ ବଢିବା ସହ ଉନ୍ନତି କରିଛନ୍ତି ।  କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମାଆ ମାନଙ୍କର ଏହି ପ୍ରଗତି ଦେଖି ମୁଁ ବହୁତ ଖୁସି । ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମାଆ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କ ପରିବାର । ମିଶନ ଶକ୍ତିର ଶକ୍ତି ସଂଖ୍ୟାରେ ନୁହେଁ, ମାଆଙ୍କ ଦୃଢ଼ ପରିଶ୍ରମ ଓ ସମର୍ପଣ ହିଁ ମିଶନ ଶକ୍ତିର ଶକ୍ତି । ମିଶନ ଶକ୍ତିର ଶକ୍ତି ହେଉଛନ୍ତି ଆମ ମାଆମାନେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏପରି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମାଣ୍ଡିଆର ପ୍ରଚାର ପ୍ରସାରରେ ଓଡ଼ିଶା ସୁନାମ ଆଣିଛି । ଯେଉଁଥିରେ ହକଦାର ସାଜିଛନ୍ତି ମିଶନ ଶକ୍ତି ମାଆ । କୃଷି ବିଭାଗର ବିଭିନ୍ନ କାର୍ୟ୍ୟକ୍ରମରେ ମାଆମାନେ ସଶକ୍ତ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button