ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ବହୁ ବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ସ୍ବର୍ଗତ ମଲ୍ଲିକ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ .କେନ୍ଦ୍ରାପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button