ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ମାଲକାନଗିରିରୁ ଆରମ୍ଭ ହୋଇଛି ବିମାନ ସେବା । ଆଜି ନୂଆ ବିମାନବନ୍ଦରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆକାଶ ମାର୍ଗରେ ମାଲକାନିଗିରି ମାଟିରୁ ବିକାଶର ଉଡାଣ ଆରମ୍ଭ ହୋଇଛି । ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ଵପ୍ନ ଆଜି ପୂରଣ ହୋଇଛି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ନବ ନିର୍ମିତ ବିମାନବନ୍ଦରର ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚି ବିମାନବନ୍ଦର ଉଦଘାଟନ କରିବା ସହ ପରିସର ବୁଲି ଦେଖିଛନ୍ତି । ଜାନୁଆରୀ ୭ ତାରିଖରେ ବିମାନ ଉଡାଣର ଟ୍ରାଇଲ୍ ରନ୍ କରାଯାଇଥିଲା । ଏୟାରପୋର୍ଟରେ ଭିଟି ୧୦୦ ଫ୍ଲାଇଟ୍ ସଫଳତାର ସହ ଅବତରଣ କରିଥିଲା । ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଥିଲେ । ବିମାନ ବନ୍ଦରର ରନୱେ ୧୬ ଶହ ୨୦ ମିଟର ଏବଂ ଓସାର ୩୦ମିଟର ରଖାଯାଇଛି । ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ବିମାନ ବନ୍ଦର ନିର୍ମାଣ ପାଇଁ ୫୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button