ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୟୁପିର ଫାଜିଲ ସହରର ନାଁ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଦିତ୍ୟନାଥ ଗାଜିଆବାଦରେ ଭଗବାନ ପାଶ୍ୱର୍ନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିଛନ୍ତି।କହିଛନ୍ତି, ଭଗବାନ ମହାବୀର ବୈଶାଳୀରେ ଜନ୍ମଗ୍ରହଣ କରିଥିଲେ, ସେ ଉତ୍ତର ପ୍ରଦେଶର କୁଶୀନଗରର ପାବାଗଡ଼ରେ ମହାପରିନିର୍ବାଣ ହାସଲ କରିଥିଲେ। ଆଜି, ମୁଁ ଘୋଷଣା କରି ଖୁସି ହେଉଛି ଯେ ଆମ ସରକାର ଫାଜିଲ ସହରକୁ ପାବା ନଗରୀ ଭାବରେ ନାମିତ କରିବାର ପ୍ରକ୍ରିୟା ଆରମ୍ଭ କରିଛି, ଯେଉଁଠାରେ ଭଗବାନ ମହାବୀର ମହାପରିନିର୍ବାଣ ହାସଲ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ପ୍ରଥମ ଜୈନ ତୀର୍ଥଙ୍କର, ଭଗବାନ ଋଷଭଦେବ ଏବଂ ଏପରି ଚାରି ଜଣ ପବିତ୍ର ଜୈନ ତୀର୍ଥଙ୍କରଙ୍କ ଜନ୍ମ ପାଇଁ ଭାଗ୍ୟବାନ। ବିଶ୍ୱର ଆଧ୍ୟାତ୍ମିକ ନଗରୀ ଭାବରେ ଜଣାଶୁଣା କାଶୀ ଚାରି ଜଣ ଜୈନ ତୀର୍ଥଙ୍କରଙ୍କ ଅବତାର ଦେଖିଛି। ଯୋଗୀ ଆହୁରି କହିଛନ୍ତି ଯେ ଭାରତର ପରମ୍ପରା ଭାରତର ଋଷି, ସନ୍ଥ, ସନ୍ନ୍ୟାସୀ ଏବଂ ମହାପୁରୁଷଙ୍କ ତ୍ୟାଗ ଏବଂ ସମର୍ପଣର ଏକ ମହାନ ଗାଥା।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ମାତ୍ର ତିନି ଦିନ ପୂର୍ବରୁ, ଏହା ଆମର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସମାପ୍ତ କରିବା ପାଇଁ ପୂର୍ଣ୍ଣାହୁତି ସମାରୋହ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button