ଚୌଦ୍ୱାର ଜେଲ୍‌ କଳି: ଗୃହ ବିଭାଗର ଉଦବେଗ, କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ବର: ଚୌଦ୍ଵାର ଜେଲ ପୂର୍ବତନ ଜେଲର ଓ ଅଧିକ୍ଷକଙ୍କ କଳି ନେଇ ମୁହଁ ଖୋଲିଲା ବିଭାଗ । କ୍ୟାମେରା ଆଗରେ ଉତ୍ତର ରଖିଲେ ଜେଲ DIG ବୀରେନ୍ ସାହୁ । ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ ମଗାଯାଇଛି କାରଣ ଦର୍ଶାଅ ନୋଟିସ । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିବା ସହ ଜେଲ ବିଭାଗକୁ ରିପୋର୍ଟ ମାଗିଛନ୍ତି । ଏପଟେ ଜେଲରୁ କଏଦୀ ଚମ୍ପଟ ସହ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଲାଗିବ AI କ୍ୟାମେରା ।ପ୍ରକାଶ ଯେ, ପରସ୍ପର ବିରୋଧୀ ଏତଲା ପ୍ରସଙ୍ଗରେ ନୋଟିସ୍‌ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଡିଆଇଜି । ଉଭୟ ଅଧୀକ୍ଷକ ଓ ପୂର୍ବତନ ଜେଲରଙ୍କୁ ନୋଟିସ ଜାରି । ଦୁହେଁ କଏଦୀ ଫେରାର୍‌ ଘଟଣାରେ ଦୋଷ ଲଦାଲଦି ହୋଇଥିଲେ । ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ୨୦୨୫ ଅକ୍ଟୋବର ୩ରେ ଦୁର୍ଗା ପୂଜା ଭସାଣି ଦିନ ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜେଲରୁ ମାରିଥିଲେ ଚମ୍ପଟ । କିନ୍ତୁ ଏଯାବତ ଏମାନଙ୍କ ଟେର ପାଇନି ଓଡିଶା ପୋଲିସ । ଏହାରି ଭିତରେ ଦୁଇ ଜେଲ ପଦାଧିକାରୀଙ୍କ କାଦୁଅଫିଙ୍ଗା ଘଟଣା ଜେଲ ବିଭାଗକୁ ଲଜ୍ଜିତ କରିବା ସହ ଜେଲ ସୁରକ୍ଷା ଦିଗରେ ଏକ ପ୍ରଶ୍ନ ସୃଷ୍ଟି କରିଛି । ସେହିପରି ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜେଲରେ ଲାଗିବ AI କ୍ୟାମେରା । କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ । AI powered secured security system ବ୍ୟବସ୍ଥା ସହ ପ୍ରତ୍ୟେକ ଜେଲରେ ଲାଗିବ AI କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ୧୮ ଟି ଜେଲରେ ଏହି AI କ୍ୟାମେରା ଲାଗିବ । ପ୍ରଥମ ପର୍ଯ୍ୟାୟରେ ୧୬ ଟି ଲେଖାଏଁ AI କ୍ୟାମେରା ଲାଗିବା ପାଇଁ ସ୍ଥିର କରାଯାଇଛି ।ଢେଙ୍କାନାଳ ଜେଲରେ ଏହି AI କ୍ୟାମେରା ଶୁଭାରମ୍ଭ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ୪ଟି ବଡ ଜେଲ ଚୌଦ୍ଵାର ସର୍କଲ ଜେଲ, ଭୁବନେଶ୍ବର ଝାରପଡା ଜେଲ, ବ୍ରହ୍ମପୁର ସ୍ପେଶାଲ ଜେଲ ଓ ସମ୍ବଲପୁର ଜେଲରେ ୩୨ ଟିକିଆ AI କ୍ୟାମେରା ଲାଗିବା ପାଇଁ ସ୍ଥିର କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button