OPS ସ୍ତରରେ ଅଦଳବଦଳ: ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି

ଭୁବନେଶ୍ୱର: କଟକ ସଂଘର୍ଷ ଏବଂ ବ୍ରହ୍ମପୁରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ନିର୍ମମ ହତ୍ୟା ପରେ ଓଡ଼ିଶା ସରକାର ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ,ବଲାଙ୍ଗୀର ଅତିରିକ୍ତ ଏସପି ଆଲୋକ କୁମାର ଜେନା ପୁଣି ଥରେ ବ୍ରହ୍ମପୁରକୁ ଫେରିଛନ୍ତି । ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁ ତାଲଚେର ଏନସିଆରକୁ ବଦଳି ହୋଇଛନ୍ତି । ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଆଲୋକ ଜେନା ପୂର୍ବରୁ ବ୍ରହ୍ମପୁର ପୋଲିସ ଅଧିନରେ ଥିବା ଅନେକ ଥାନାରେ କାର୍ଯ୍ୟ କରିସାରିଛନ୍ତି । ସେହିପରି ବରଗଡ଼ (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ ଢେଙ୍କାନାଳ (ଆଇୟୁସିଏଡବ୍ଲ୍ୟୁ)ର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏଇଟି, ଏସଓଜି ଅତିରିକ୍ତ ଏସପି ଅମ୍ରିତ କୁମାର ପଣ୍ଡା ବଲାଙ୍ଗୀର (ଆଇୟୁସିଏଡବ୍ଲ୍ୟୁ) ବଦଳି ହୋଇଛନ୍ତି । ଭିଜିଲାନ୍ସ ଅତିରିକ୍ତ ଏସପି ହୋଇଛନ୍ତି ରାୟଗଡ଼ା (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ସ୍ୱସ୍ତିକ ପଣ୍ଡା, ସସ୍ମିତା ସାହୁ, ଅଶ୍ୱିନୀ କୁମାର ନାୟକ, ହରପ୍ରିୟା ନାୟକ । ବରଗଡ଼ ଡିଆଇବି ଅତିରିକ୍ତ ଏସପି ସୌରଭ ଓଟ୍ଟା କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି ।