ଗୁଜୁରାଟର କେଭାଡିଆରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା “କୁଳପତି ସମ୍ମିଳନୀ” ଉଦଘାଟିତ

ନୂଆଦିଲ୍ଲୀ: ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପାଇଁ ପାଠ୍ୟକ୍ରମକୁ ନୂଆ ରୂପ ଦେବା ସହ ଏକ ବ୍ୟବସ୍ଥିତ ଡିଜିଟାଲ ବ୍ୟବସ୍ଥା ତିଆରି କରିବା ପାଇଁ ପଡ଼ିବ। ଅଧ୍ୟାପକମାନଙ୍କୁ ତାଲିମ ସହିତ ବିବିଧ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ ବୋଲି ଗୁରୁବାର ଗୁଜୁରାଟର କେଭାଡିଆରେ ଅନୁଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇ ଦିନିଆ କୁଳପତି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ନୀତିର ପୂର୍ଣ୍ଣ କ୍ରିୟାନ୍ୱୟନ ଉପରେ ଏକ ରଣନୀତି ପତ୍ର ପ୍ରସ୍ତୁତ କରିବାକୁ ସେ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦଶନ୍ଧିରେ ଭାରତର ଉଚ୍ଚଶିକ୍ଷା ପରିସଂସ୍ଥାନ ଏକ ମୌଳିକ ପରିବର୍ତ୍ତନ ଦେଇ ଗତି କରିଛି। ଆମର ପଦକ୍ଷେପ ଶିକ୍ଷାନୁଷ୍ଠାନଗୁଡ଼ିକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ବହୁମୁଖୀ କରିବା ସହ ନବସୃଜନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଫଳସ୍ୱରୂପ ଦେଶରେ ମୋଟ ଛାତ୍ରଛାତ୍ରୀଙ୍କ ନାମଲେଖା ୪.୪୬ କୋଟିକୁ ଛୁଇଁଛି। ୨୦୧୪-୧୫ ପରଠାରୁ ନାମଲେଖାରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମହିଳାଙ୍କ ନାମଲେଖା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ମହିଳାଙ୍କ ନାମଲେଖା ବର୍ତ୍ତମାନ ପୁରୁଷ ଅପେକ୍ଷା ଅଧିକ ରହିଛି । ପିଏଚଡି ନାମଲେଖା ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ମହିଳା ପିଏଚଡିଙ୍କ ସଂଖ୍ୟା ୧୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଅନୁସୂଚିତ ଜନଜାତିଙ୍କ ନାମଲେଖା ୧୦ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ଅନୁସୂଚିତ ଜାତିଙ୍କ କ୍ଷେତ୍ରରେ ୮ ପଏଣ୍ଟ ଅଧିକ ବୃଦ୍ଧି ପାଇଛି। ଏହା ସମାବେଶୀ ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି। ସକାରାତ୍ମକ ନୀତିଗତ ପଦକ୍ଷେପ ଫଳସ୍ୱରୂପ ୧୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୪୬,୦୦୦ ରୁ ଅଧିକ କଲେଜ ସ୍ଥାପନା ହୋଇଛି ଯାହା ଭାରତକୁ ବିଶ୍ୱସ୍ତରରେ ସର୍ବବୃହତ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି। କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣ ସମୟରେ ଜାତୀୟ ଶିକ୍ଷା ନୀତିର ପଞ୍ଚ ସଂକଳ୍ପନାର ବିଚାର ଉପରେ ଆଲୋକପାତ କରିଥିଲେ, ଯାହା ସେମାନଙ୍କ ବିଶ୍ୱବିଦ୍ୟାଳୟ ଗୁରୁକୁଳରେ କୁଳପତିମାନଙ୍କର ଏକ ମାର୍ଗଦର୍ଶିକା ହେବ। ଏହି ପଞ୍ଚ ସଂକଳ୍ପ ହେଉଛି, ଆଗାମୀ ପିଢିଙ୍କ ପାଇଁ ଉଭା ହେଉଥିବା ଶିକ୍ଷା, ବହୁମୁଖୀ ଶିକ୍ଷା, ଅଭିନବ ଶିକ୍ଷା, ସମଷ୍ଟିଗତ ଶିକ୍ଷା ଏବଂ ଭାରତୀୟ ଶିକ୍ଷା ଉପରେ ଯୋର୍। ଶ୍ରୀ ପ୍ରଧାନ କୁଳପତିମାନଙ୍କୁ ଶିକ୍ଷାଗତ ତ୍ରିବେଣୀ ସଙ୍ଗମର ଉଦ୍ଦେଶ୍ୟଗୁଡ଼ିକୁ ନିମ୍ନଲିଖିତ ଉଦ୍ଦେଶ୍ୟ ମାଧ୍ୟମରେ କାର୍ଯ୍ୟକାରି କରିବା ପାଇଁ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କରିଥିଲେ। ଯେମିତି କି ଅତୀତକୁ ପାଳନ କରିବା (ଭାରତର ସମୃଦ୍ଧି), ବର୍ତ୍ତମାନକୁ ଚିହ୍ନଟ କରିବା (ଭାରତର ବର୍ଣ୍ଣନା ସଂଶୋଧନ) ଏବଂ ଭବିଷ୍ୟତ ସୃଷ୍ଟି କରିବା (ବିଶ୍ୱ କ୍ରମରେ ଭାରତର ଭୂମିକା)। ଏହା ଅତୀତର ବିଷୟବସ୍ତୁକୁ ବୁଝିବା ସହ ବର୍ତ୍ତମାନକୁ ଉନ୍ମୋଚିତ କରିବ ତଥା ସମସାମୟିକ ଢାଞ୍ଚାରେ ଭବିଷ୍ୟତକୁ ଉନ୍ମୋଚିତ କରିବା ଦିଗରେ ପଦକ୍ଷେପକୁ ସୁନିଶ୍ଚିତ କରିବ।