ବାତ୍ୟା ‘ୟାସ’ କ୍ଷୟକ୍ଷତି ପରିଖିଲେ କେନ୍ଦ୍ରୀୟ ଟିମ୍‌

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରୀୟ ଟିମ୍ ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡ଼ା ଆସି ସ୍ଥିତି ପରଖିଛନ୍ତି । ଚାରିଜଣିଆ ଟିମ୍ ପ୍ରଥମେ ରାଜକନିକା ଅଂଚଳରେ ପରିବା ଚାଷର କ୍ଷୟକ୍ଷତି ଦେଖିଥିଲେ । ଏହାପରେ ରାଜନଗର ଡାଙ୍ଗମାଳରେ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ଏକ ପ୍ରେଜେଣ୍ଟସନ ଦେଇଥିଲେ । କେନ୍ଦ୍ରୀୟ ଟିମ ଖରସ୍ରୋତା ନଦୀର ତଟବର୍ତ୍ତୀ ଗ୍ରାମଗୁଡିକ ଯଥା ଭାରିଗଦା, ବରୁଣାଡିଆ, ଅଚ୍ୟୁତ ପୁର, ମନେଇଡିଅ, ଦଶଭଗାରିଆ,ତାଳଚୁଆ, ବରାଡ଼ିଆ ଇତ୍ୟାଦି ଅଞ୍ଚଳ ବୁଲି ଦେଖିଥିଲେ । ଏହି ଟିମ୍ ସହିତ କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତି, ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକ, ଭାରିଗଦା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ମଲ୍ଲିକ, ବରିଷ୍ଠ ବିଜେଡି ନେତା ବିକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ୟାସ୍ ବାତ୍ୟାରେ ଯେଉଁମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ସେମାନଙ୍କର ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ, ରାଜକନିକା ବ୍ଲକ ପ୍ରଶାସନ ଓ ଓଡିଶା ରାଜ୍ୟ ସରକାରଙ୍କୁ ଏହି ଟିମ୍ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ାରେ ୭୦ କୋଟି ରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ବୋଲି ମିଳିଥିବା ସୂଚନାରୁ ପ୍ରକାଶ ।

Related Articles

Leave a Reply

Your email address will not be published.

Back to top button