ମତ୍ସ୍ୟଜୀବୀଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ: ଆଜିଠାରୁ ସମୁଦ୍ରରୁ ମାଛ ଧରିବା ମନା

ଭୁବନେଶ୍ବର: ଭାରତ ସରକାରଙ୍କ ପକ୍ଷରୁ ଆଜିଠାରୁ ଆସନ୍ତା ଜୁନ ମାସ ୧୪ ତାରିଖ ଦୀର୍ଘ ୬୧ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରକୁ ଘେରି ରହିଥିବା ଚେନ୍ନାଇ, ଓଡ଼ିଶା,ୱେଷ୍ଟ ବେଙ୍ଗଲ ଆଦି ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜିବୀଙ୍କୁ ସମସ୍ତ ପ୍ରକାର ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଆଦି ଯୋଗେ ମାଛ ଧରିବା ପାଇଁ ସମୁଦ୍ରକୁ ନଯିବା ପାଇଁ ବିଧି ବଦ୍ଧ ଭାବରେ ଘୋଷଣା ହୋଇଛି । ଦେଶର ସାମୁଦ୍ରିକ ସୁରକ୍ଷା ଦୃଷ୍ଟି କୋଣ ଏବଂ ବର୍ତ୍ତମାନ ବିଭିନ୍ନ ପ୍ରଜାତି ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସମୁଦ୍ରରେ ମାଛ ଧରିବା ବନ୍ଦ ଘୋଷଣା ଜାରି କରାଯାଇଛି ।  ଓଡିଶା ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ବର୍ତ୍ତମାନ ମାଛ, କଇଁଛ ଆଦିଙ୍କ ପ୍ରଜନନ ଗଣ ଅଣ୍ଡା ଦାନ ସମୟ ହୋଇଥିବାରୁ ଏହି ଦୁଇ ମାସକୁ ସମୁଦ୍ରରେ ମାଛ ଧରିବା ବନ୍ଦ କରାଯାଇଛି । ଓଡ଼ିଶାର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ଗଞ୍ଜାମ ଜିଲ୍ଲାର ପ୍ରୟାଗି ଠାରୁ ପଟି ସୋନାପୁର ପର୍ଯ୍ୟନ୍ତ ସମସ୍ତ ୨୭ ଟି ସାମୁଦ୍ରିକ ମତ୍ସ୍ୟଜୀବି ଗ୍ରାମବାସୀଙ୍କୁ ସମୁଦ୍ରକୁ ବିଭିନ୍ନ ଡଙ୍ଗା ଯୋଗେ ମାଛ ଧରିବା ପାଇଁ ନଯିବା ପାଇଁ ଘୋଷଣା କରାଯାଇଛି। ଏନେଇ ପୂର୍ବରୁ ସାଗରମିତ୍ରଙ୍କ ଜରିଆରେ ମତ୍ସ୍ୟଜୀବିଙ୍କୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଇଛି । ଯଦି ବେନିୟମ ଭାବରେ ସମୁଦ୍ରକୁ ମାଛ ଧରିବା ପାଇଁ ଗଲେ ଡଙ୍ଗାକୁ ଜବତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ପାଇଁ ନିର୍ଦ୍ଦେଶ ରହିଥିବା ଛତ୍ରପୁର ସହ-ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button