ଏପ୍ରିଲ ୧୬ରୁ ଓଡିଶାରେ ଜନଗଣନା

ଭୁବନେଶ୍ୱର: ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଘର ଗଣନା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶ ଥାଉ କି, ଦେଶରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ଆରମ୍ଭ ହେବ। ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଏହି ପର୍ଯ୍ୟାୟ ଗଣନା ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟମାନେ ନିଜର ସୁବିଧା ଅନୁସାରେ ୩୦ ଦିନ ମଧ୍ୟରେ ଏହି ମାସ ମଧ୍ୟରେ ଗୃହ ତାଲିକା ଓ ଘର ଗଣନା କରିପାରିବା ନେଇ ନିର୍ଦ୍ଦେଶ ରହିଥିବା ବେଳେ ଓଡ଼ିଶାରେ ଏପ୍ରିଲରୁ ମେ ମାସ ମଧ୍ୟରେ ଗୃହ ତାଲିକା ଓ ଗୃହ ଗଣନା କରାଯିବା ନେଇ ଆଜିର ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button