ଓଡିଶାରେ ଘନିଭୂତ ହେଲାଣି ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି। ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ। ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published.

Back to top button