ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ଡମଣା, ନୀଳାଦ୍ରୀ ବିହାର ମାଛ ମାର୍କେଟ, ଲେବର କଲୋନୀ, ସୁନ୍ଦରପଦା ଓ ହାଇଟେକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ଓଜନ ମାପର ସଠିକତା ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ସମୟରେ ଲାଇସେନ୍ସ ନବୀକରଣ କରିନଥିବା ଅଭିଯୋଗରରେ ୯୩୦୯ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଚାରୋଟି ଦୋକାନର ଓଜନ ମାପ ଉପକରଣକୁ ଜବତ କରାଯାଇଛି। ଏଥିସହ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ମଧ୍ୟ ଚଢ଼ାଉ କରାଯାଇଛି। ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଗତକାଲି ୟୁନିଟ- ୧ ହାଟରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଅବସରରେ ଉଭୟ ବିଭାଗର ରାଜ୍ୟ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସମ୍ପୃକ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button