ବିଜେପି ନେତାଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ପ୍ରାୟ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା ହୋଇଛି । ସଭାପତି, ସଂଗଠନ ସମ୍ପାଦକ ଓ କୋର କମିଟି ସଦସ୍ୟଙ୍କୁ ଦିଲ୍ଲୀରୁ ଡକରା ଆସିଛି ।  ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ ଦଳର ଶୀର୍ଷ ନେତୃତ୍ୱ । ଆଜି ସନ୍ଧ୍ୟା ୫ଟାରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ନେତା ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ । ୨୦୨୪ ନିର୍ବାଚନ ବିଜେପି ଏକାକୀ ଲଢିବ ବୋଲି ସଭାପତି ମନମୋହନ ସାମଲ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଥିଲେ ମଧ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ଶଙ୍କାରେ ପକାଉଛି । ତେଣୁ ଦିଲ୍ଲୀ ହେବାକୁ ଥିବା ବୈଠକରେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Related Articles

Leave a Reply

Your email address will not be published.

Back to top button