ଗୁଣପୁରରେ ବସ୍ ଦୁର୍ଘଟଣା, ଦୁଇ ମୃତ, ବସ୍ ଜବତ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ଗୁଣପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ବାଳକର ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଠାରୁ ଗୁଣପୁର ଆସୁଥିବା ଆୟାପ୍ପା ନାମକ ଯାତ୍ରୀବାହୀ ବସ୍ ଗୋଟିଏ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ କୁ ବସ୍ ଟି ଏମିତି ଭୟଙ୍କର ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରୁ କଚାଡି ହୋଇ ଗଜପତି ଜିଲ୍ଲା ନୁଆଁଗଡ ଗ୍ରାମର ସନ୍ତୋଷ ପ୍ରଧାନ ଓ ଶରଧାପୁର ଗ୍ରାମର ଚିଣ୍ଟୁ ପ୍ରଧାନ ନାମକ ଜଣେ ବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଗୁଣପୁର ଥାନ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button