ସାଲିଆସାହିରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର:ଗଞ୍ଜାମ ଚିକଟି ମଦ ମୃତ୍ୟୁ ପରେ ଏବେ ପୁଲିସ ଓ ଅବକାରୀ ବିଭାଗ ପୁରା ଆକ୍ସନ ମୋଡ଼କୁ ଆସିଯାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ ପରେ ଚଢଉ କରି ବ୍ୟାପକ ଦେଶୀ ମଦ ଓ ପୋଚ ନଷ୍ଟ କରୁଛନ୍ତି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ସାଲିଆସାହିରେ ପୁଲିସ ପକ୍ଷରୁ ଏକ ବଡ଼ଧରଣର ରେଡ କରାଯାଇ ୩ଟି ଦେଶୀ ମଦ କାରଖାନା ଠାବ କରାଯାଇଛି । ଆଉ ସେଠାରେ ପୁଲିସ ବୁଲଡୋଜର ଚଲାଇ ସମ୍ପୃକ୍ତ କାରଖାନାକୁ ମାଟିରେ ମିଶାଇ ଦେଇଛି । ବୁଲଡୋଜର  ଚଲାଇ ସମ୍ପୃକ୍ତ ଦେଶୀ ମଦ କାରଖାନାକୁ ଭଙ୍ଗାଯାଇଛି । ପ୍ରକାଶ ଯେ ଗଞ୍ଜାମର ଚିକିଟି ମଦ ମୃତୁ୍ୟ ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ସରକାର ପଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ କାରବାର ମୂଳୋତ୍ପାଟନ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଦେ୍ର୍ଧଶ ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ସରକାର ନୂଆ ଅବକାରୀ ନୀତି ଆଣିବେ। ବେଆଇନ ମଦ କାରବାରକୁ କଠୋର ହସ୍ତରେ ଦମନ କରାଯିବ। ମଦ ଭାଟି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟରେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ। ଯିଏ ବିଷାକ୍ତ ମଦ ବିକୁଛି  ସେ ଅପରାଧୀ। ତେଣୁ ଏମିତି ଅପରାଧୀଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ପୃଷ୍ଠପୋଷକତା ମିଳୁଛି। ତାହା ବନ୍ଦ ହେଉ।

Related Articles

Leave a Reply

Your email address will not be published.

Back to top button