ଆସନ୍ତାକାଲିଠୁ ବଜେଟ ଅଧିବେଶନ: ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୨୯ ଦିନ ଧରି ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ବିଧାନସଭା ପୂର୍ବରୁ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ଡଗ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ, ସ୍ନେକ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ବିଧାନସଭା ଭିତରେ ଓ ବାହାରେ ନିୟୋଜିତ କରାଯିବ । ୨୦ ପ୍ଲାଟୁନ ପୋଲିସ ଫୋର୍ସ ବିଧାନସଭା ଚାରିପଟେ ରହିବେ । ବଜେଟ ଅଧିବେଶନ ପାଇଁ ଗୋଟିଏ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି । ସେହିଭଳି ବିଧାନସବା ଚାଲିବା ସମୟରେ ଯେଉଁ ସଗଠନ ଧାରଣା ସ୍ଥଳକୁ ଆସିବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button