ବଜେଟ୍ 2024 ଅପଡେଟ୍: ଆୟକର ସମ୍ବନ୍ଧରେ ବଡ଼ ଘୋଷଣା, ବୃଦ୍ଧି ପାଇଲା ଷ୍ଟାଣ୍ଡାର୍ଡ ଡିଡକ୍ସନ

ନୂଆଦିଲ୍ଲୀ: ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଛନ୍ତି। ବଜେଟରେ ସରକାର ମଧ୍ୟବିତ୍ତଙ୍କୁ ଉପହାର ଦେଇଛନ୍ତି। ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାରରୁ ୭୫,୦୦୦ ଟଙ୍କା ବୃଦ୍ଧି କରାଯାଇଛି। ନୂତନ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ବଜେଟ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ରୋଡମ୍ୟାପର ଝଲକ ଦେଇଛି। ବଜେଟ୍ ଉପସ୍ଥାପନ କରିବାବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମର ଧ୍ୟାନ ଗରିବ, ମହିଳା, ଯୁବକ ଏବଂ ଖାଦ୍ୟ ଯୋଗାଣକାରୀଙ୍କ ଉପରେ ରହିଛି। ଭାରତବାସୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଏଥି ସହିତ କଷ୍ଟସାଧ୍ୟ ସମୟରେ ମଧ୍ୟ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଚାଲିଛି। ବଜେଟ୍ ଉପସ୍ଥାପନ କରି ନିର୍ମଳା ସୀତାରମଣ କହିଛନ୍ତି, “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ୫ ବର୍ଷ ବୃଦ୍ଧି କରାଯାଇଛି, ଯାହାର ଲାଭ ଦେଶର ୮୦ କୋଟି ଲୋକ ଲାଭବାନ ହେଉଛନ୍ତି। ଆମ ସରକାରଙ୍କ ସମସ୍ତ ଧ୍ୟାନ ନିଯୁକ୍ତି, ଦକ୍ଷତା ଏବଂ ଯୁବପିଢୀ ଉପରେ ରହିଛି। ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ୩.୧% ରହିଛି। ଶିକ୍ଷା ଏବଂ ନିଯୁକ୍ତି ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button