କର୍ଣ୍ଣାଟକରେ ମହିଳାଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: କର୍ଣ୍ଣାଟକର ମଲେଶ୍ୱରମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ ୨୬ ବର୍ଷିୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଛି। ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ମଲେଶ୍ୱରମ ନିକଟ ୱାଲିକାୱଲରେ ଏକ ଫ୍ରିଜ ଭିତରେ ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ରଖାଯାଇଛି। ଦୁର୍ଗନ୍ଧ ବାହାରିବା ପରେ ପୋଲିସ ଏହି ସ୍ଥାନରେ ପହଞ୍ଚିଛି। ବର୍ତ୍ତମାନ ସମଗ୍ର ଘଟଣାର ଗଭୀର ଅନୁସନ୍ଧାନ କରାଯାଉଛି। ମହିଳାଙ୍କ ମୃତଦେହକୁ ୩୦ ଖଣ୍ଡରେ କାଟି ଏକ ଘରେ ଥିବା ରେଫ୍ରିଜରେଟରରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ପୋଲିସ କହିଛି ଯେ ଫୋରେନସିକ୍ ଟିମ୍ ମଧ୍ୟ ଡକାଯାଇଛି। ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଉଛି। ମୃତଦେହ ଚିହ୍ନଟ ହୋଇଥିବା ପୋଲିସ କହିଛି। ପୋଲିସ କହିଛି ଯେ, ବର୍ତ୍ତମାନ ତଦନ୍ତ ଚାଲିଛି, ସେମାନେ ତଦନ୍ତ ପରେ ଅଧିକ ସୂଚନା ଦେବେ। ମହିଳାଜଣଙ୍କ କର୍ଣ୍ଣାଟକରେ ଅବସ୍ଥାନ କରିଥିଲେ କିନ୍ତୁ ମୂଳତଃ ଅନ୍ୟ ରାଜ୍ୟରୁ ଆସିଥିଲେ।

Related Articles

Leave a Reply

Your email address will not be published.

Back to top button